ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌‌ ଶୋ’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ପୁରୀ ସମେତ ୬ଟି ଲୋକସଭା ଆସନରେ ୩ୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୁରୀରେ ଦେଖିବାକୁ ମିଳିଲା ମୋଦି ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା ପ୍ରବଳ ଲୋକ ଗହଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ କରିଛନ୍ତି ବିଶାଳ ରୋଡ ଶୋ’ ।

ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ସୋମବାର ସକାଳେ ପୁରୀରେ ରୋଡ୍‌‌ ଶୋ’ କରିଛନ୍ତି। ମରିଚୀକୋଟ ଛକରୁ ରୋଡ୍‌‌ ଶୋ’ରେ ପ୍ରଧାନମନ୍ତ୍ରୀ ବାହାରିଥିଲେ। ଏଥିରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଥିଲା। ପ୍ରଧାମନ୍ତ୍ରୀ ଏକ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜନସାଧାରଣଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ଦୁଇପାର୍ଶ୍ବରେ ହଜାର ହଜାର ଲୋକ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ରୋଡ୍‌‌ ଶୋ ମରିଚୀକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିବା ଅସମ୍ଭବ ଭିଡ଼ ।

ବଡ଼ ଦାଣ୍ଡ ପାଲଟି ଯାଇଥିଲା ଜନ ସମୁଦ୍ର। ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ବି ରୋଡ ଶୋ’ରେ ସାମିଲ ହୋଇଥିଲେ । ମୁହଁରେ ମୋଦିଙ୍କ ମୁଖା ତଥା ହାତରେ ମୋଦିଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମୋଦି ମୋଦି ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.