ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍।  କଟକ ୧୬ନଂ ରାଜପଥ ଗୋପାଳପୁର ଅଭାବନୀୟ ଘଟଣା ଘଟିଛି। ସ୍କୁଟିକୁ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ।

ସୂଚନା ମୁତାବକ, ଆଜି ସକାଳେ ଯୁବକ ଦ୍ୱୟ ଏକ ସ୍କୁଟିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ଉଭୟ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଦ୍ୱୟ ତଳେ ଛିଟିକି ପଡ଼ିଯାଇଥଲେ। ଟ୍ରକ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Comments are closed.