ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶାଳ ଜନସମାଗମ ରେ ୨୧ ନମ୍ୱର୍ ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଶାଳ ବାଇକ ଶୋଭାଯାତ୍ରା। ବାସୁଦେବପୁର ନିର୍ବାଚନ ପ୍ରଚାର ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ୨୧ ନମ୍ୱର୍ ଜୋନ ରେ ବିଶାଳ ଜନସମାଗମ ରେ ବାଇକ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ଯାଇଛି।
ବିଧାୟକ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ସ୍ଥାନୀୟ ମା ଭେଡା ନାୟକ୍କାନୀ ମନ୍ଦିର ରେ ପୂଜା ପାଠ କରି ସାରିବା ପରେ ଏକ ବିଶାଳ ଜନସମାଗମ ରେ ହଜାର ହଜାର ସଂଖ୍ୟାରେ ବାଇକ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ଯାଇଛି।
ଶୋଭାଯାତ୍ରା ରେ ଯୋଗ ଦେଇଥିବା ସମର୍ଥକ ମାନେ କହିଛନ୍ତି ଯେ ଚଳିତ ନିର୍ବାଚନ ରେ ବିଷ୍ଣୁ ବ୍ରତ ରାଉତ ରାୟ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ହେବେ। ଅନୁଷ୍ଟିତ ବାଇକ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଥିଲେ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ।