ଦେଓଗାଁ ଠାରେ ବିଜୁ ଜନତା ଦଳର କାଯ୍ୟାଳୟ ଉଦଘାଟନ | ଉଦ୍ଘାଟନ କଲେ ଘଷିପୁରା ବିଧାୟକ ପାର୍ଥି ବଦ୍ରୀ ନାରାୟଣ ପାତ୍ର | ଘଷିପୁରା ନିର୍ବାଚନ ମଣ୍ଡଳୀ ଦେଓଗାଁ ଠାରେ ବିଜୁ ଜନତା ଦଳ ପକ୍ଷରୁ ଦଳର କାଯ୍ୟାଳୟ ଉଦଘାଟନ ହୋଇଛି।
ଏଥିରେ ବିଜୁ ଜନତା ଦଳର ଘଷିପୁରା ବିଧାୟକ ପାଥିୀ ବଦ୍ରୀ ନାରାୟଣ ପାତ୍ର ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ। ଏଥିରେ ଦେଓଗାଁ ପଞ୍ଚାୟତର ଯୁବନେତା ଦେବେନ୍ଦ୍ର ଦାସ, ପ୍ରେମା ପ୍ରାଣୀଗ୍ରାହୀ ,ବିଶ୍ବଜିତ ଦାଶ, ରାଜିବ ଲୋଚନ ଜେନା ଯୋଗଦାନ ଦେଇଥିଲେ |
କଳ୍ପନା ବଳ ସଭ୍ୟ,ରଞ୍ଜନ ବଳ, ରମାକାନ୍ତ ବଳ, ପ୍ରଦିପ ପଣ୍ଡା, ଯୋଗେନ୍ଦ୍ର ମହଳ,ଅନ୍ତଚରଣ ରାଉତ,ସୁଶାନ୍ତ ପତି, ଅରବିନ୍ଦ ପାତ୍ର, ସାଇ ପ୍ରସାଦ ମିଶ୍ର,ଭାଗୀରଥି ଜେନା, ଅଶୋକ ରାଉତ, ପ୍ରସନ ଜେନା ବିଜେଡି କାର୍ମୀ ଓ ଯୁବ ଗୋଷ୍ଠୀ ଯୋଗ ଦେଇଥିଲେ ।ଘଷିପୁରା ରେ ବିଜେଡି ସଂଗଠନ ଦିନ କୁ ଦିନ ମଜବୁତ ହେଉଥିବା କହିଛନ୍ତି ବଦ୍ରୀ ।