ଓଡିଶାରେ ଯୋଗୀ ଅଦିତ୍ୟନାଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏଥିପାଇଁ କେନ୍ଦ୍ର ନେତାଙ୍କର ଓଡ଼ିଶା ଉପରେ ରହିଛି ଫୋକସ।

ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚଛନ୍ତି। ଏଠାରେ ପହଞ୍ଚିବା ପରେ ଚିଲିକା ବିଧାନସଭା କ୍ଷେତ୍ର ବାଣପୁର ଯାଇଛନ୍ତି। ସେଠାରୁ ଫେରିବା ପରେ କେନ୍ଦ୍ରାପଡ଼ା ଏବଂ କୁଳିଆଠାରେ ଆୟୋଜିତ ସଭାରେ ଯୋଗ ଦେବେ। ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଯୋଗୀ ଆଦିତ୍ୟନାଥ ଆଜି ମାହାଙ୍ଗାରେ ଜନସଭାକୁ ସମ୍ବୋଧିତ କରିବେ ।

ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼ାଇଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଯୋଗୀଙ୍କ ସଭା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯୋଗୀ ଆଦିତ୍ୟନାଥ ଆଜି ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

Leave A Reply

Your email address will not be published.