ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ରାତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଋଷି ସନକ ବୁଧବାର ଏ ସମ୍ପର୍କରେ କହିଛନ୍ତି ଯେ, ଏବେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବାର ସମୟ ଆସିଛି। ରାଜା ଚାର୍ଲ୍ସ ତୃତୀୟଙ୍କୁ ନିର୍ବାଚନ ସମୟସୀମା ବିଷୟରେ ଅବଗତ କରାଯିବା ପରେ ସଂସଦ ଶୀଘ୍ର ଭାଙ୍ଗିବ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରିଟେନ୍ର ପାର୍ଲାମେଣ୍ଟ ଭଙ୍ଗ ହେବ। ଆଗୁଆ ନିର୍ବାଚନ ଘୋଷଣା ଅନେକଙ୍କୁ ବିସ୍ମିତ କରିଛି, କାରଣ ବିରୋଧୀ ଲେବର ପାର୍ଟି ସପକ୍ଷରେ ହାୱା ରହିଛି। ୨୦୨୨ରେ ନିର୍ବାଚନ ପୂର୍ବରୁ ଶାସକ କନେଷ୍ଟବଳ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିନଥିଲେ। ନିର୍ବାଚନ ପରେ ଦଳର ସଂସଦୀୟ ଦଳ ସୁନାକଙ୍କୁ ଏହାର ନେତା ଭାବରେ ମନୋନୀତ କରିଥିଲେ। ସୁନାକ ପ୍ରାୟ ୨୦୦ ସାଂସଦଙ୍କ ସମର୍ଥନ ପାଇଲେ, ଯାହା ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏ
ନେଇ ସୁନାକ କହିଛନ୍ତି ଗତ ପାଞ୍ଚ ବର୍ଷ ଦେଶ ପାଇଁ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା। ଆଗାମୀ ଦିନରେ ମୁଁ ତୁମର ପ୍ରତ୍ୟେକ ଭୋଟ ପାଇଁ ଲଢିବି। ଆମର ଏକ ସ୍ପଷ୍ଟ ଯୋଜନା ଅଛି। ସୂଚନା ଥାଉକି ଏହି ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ରିଟିଶ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
Comments are closed.