ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ଆୟୋଜିତ ଜନସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଜନତାଙ୍କର ସମର୍ଥନ ଲୋଡିବେ| ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ବିମାନ ବନ୍ଦରରୁ ୧୦.୨୫ରେ ହେଲିକେପ୍ଟର ଯୋଗେ ବାହାରି ପ୍ରଥମେ ରାଇରଙ୍ଗପୁର ସ୍ଥିତ କନ୍ୟା ଆଶ୍ରମ ପଡ଼ିଆରେ ୧୧.୩୦ ଅବତରଣ କରିବେ | ପରେ ସେ ରାଇରଙ୍ଗପୁର କଚେରୀ ପଡ଼ିଆରେ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |
ସେଠାରୁ ସମାବେଶ ସାରି ବାରିପଦାର ଛଉ ପଡ଼ିଆରେ ୧୨.୩୫ରେ ପହଞ୍ଚିବେ | ଉଭୟ ସ୍ଥାନରେ ଆୟୋଜିତ ସମାବେଶରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରି ଭୋଟ ଭିକ୍ଷା କରିବେ | କାର୍ଯ୍ୟକ୍ରମ ସାରି ୧.୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ନ ୩.୨୫ରେ ଛଉ ପଡ଼ିଆରୁ ହେଲିକେପ୍ଟର ଯୋଗେ ବାଲେଶ୍ବର ଜିଲ୍ଲାକୁ ଗସ୍ତ କରିବାର ଗସ୍ତସୂଚୀ ରହିଛି | ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ଆୟୋଜିତ ଜନସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଜନତାଙ୍କର ସମର୍ଥନ ଲୋଡିବେ| ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ବିମାନ ବନ୍ଦରରୁ ୧୦.୨୫ରେ ହେଲିକେପ୍ଟର ଯୋଗେ ବାହାରି ପ୍ରଥମେ ରାଇରଙ୍ଗପୁର ସ୍ଥିତ କନ୍ୟା ଆଶ୍ରମ ପଡ଼ିଆରେ ୧୧.୩୦ ଅବତରଣ କରିବେ|
ପରେ ସେ ରାଇରଙ୍ଗପୁର କଚେରୀ ପଡ଼ିଆରେ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ସେଠାରୁ ସମାବେଶ ସାରି ବାରିପଦାର ଛଉ ପଡ଼ିଆରେ ୧୨.୩୫ରେ ପହଞ୍ଚିବେ | ଉଭୟ ସ୍ଥାନରେ ଆୟୋଜିତ ସମାବେଶରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରି ଭୋଟ ଭିକ୍ଷା କରିବେ | କାର୍ଯ୍ୟକ୍ରମ ସାରି ୧.୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ନ ୩.୨୫ରେ ଛଉ ପଡ଼ିଆରୁ ହେଲିକେପ୍ଟର ଯୋଗେ ବାଲେଶ୍ବର ଜିଲ୍ଲାକୁ ଗସ୍ତ କରିବାର ଗସ୍ତସୂଚୀ ରହିଛି |
Comments are closed.