ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏନେଇ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ । ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି ।
ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି । ତା’ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି । ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ । ଏହାର ପ୍ରଚାର ପ୍ରସାର ପାଇଁ ଆସନ୍ତାକାଲି ସ୍ମୃତି ଇରାନି ଆସିବେ ଓଡ଼ିଶା । କାଲି ଓଡ଼ିଶା ଆସି, କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭାରେ ଯୋଗ ଦେବେ।
ଲୋକସଭା ନିର୍ବାଚନ ଲାଗି ବିଜେପିର ଅନେକ କେନ୍ଦ୍ରୀୟ ନେତୃବୃନ୍ଦ ଲଗାତାର ଓଡ଼ିଶା ଆସି ପ୍ରଚାର କରୁଛନ୍ତି। ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି । ଆରମ୍ଭରୁ ବିଜେପି ଫୋକସରେ ଓଡ଼ିଶା ରହି ଆସିଛି । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Comments are closed.