ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଁ ସାଥୀଙ୍କଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୁଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ । ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ କାଗଜପତ୍ର କାମ ପାଇଁ  ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବର୍ତମାନ ତାଙ୍କ ବାସଗୃହରେ ଚଢାଉ ଚାଲିଛି ।

ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍‌ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ। ପରେ ଲାଞ୍ଚ ଟଙ୍କା ସହ ପିଇଓଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ। ଅନ୍ୟପଟେ ପଞ୍ଚାୟତ ଅଫିସ ସମେତ ଭବାନୀପାଟଣା ସହର ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଶ୍‌ଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।

ସୂଚନା ମୁତାବକ, କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଜୟ। ଏନେଇ ଗାଁ ସାଥୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସଂଜୟ ଆଜି ସକାଳେ ଜଳେଶ୍ଵର ମନ୍ଦିର ପଡା ନିଜ ବାସଭବନରେ ଲାଞ୍ଚ ଟଙ୍କା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ସଂଜୟଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.