ଦୁର୍ବଳ ହେଲା ବାତ୍ୟା ରେମାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ଝଡ ‘ରେମାଲ’ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗତକାଲି (ରବିବାର) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି ।  ଲ୍ୟାଣ୍ଡଫଲ ପରେ ଧିରେ ଧିରେ ଦୁର୍ବଳ ହେଉଛି ‘ରେମାଲ’ ।

ପଶ୍ଚିମବଙ୍ଗର ଅନେକ ସହର ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅନେକ କ୍ଷୟକ୍ଷତି ହେବା ସହିତ ଗଛ ପଡି ରାସ୍ତା ଅବରୋଧ ଏବଂ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି । ଏହାପରେ ଉଦ୍ଧାର ଟିମ୍ ପହଞ୍ଚି ରାସ୍ତା ସଫା କରିବା ସହିତ କ୍ଷୟକ୍ଷତିର ସ୍ଥିତି ସୁଧାରୁଛନ୍ତି । ରାଜଧାନୀ କୋଲକାତା, 24-ପ୍ରଗଣା ପରି ସ୍ଥାନରେ କ୍ଷୟକ୍ଷତିର ମାତ୍ରା ଅଧିକ ରହିଛି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟି ସମେତ ଅନ୍ୟ ଭିତ୍ତିଭୂମି ଭାଙ୍ଗି ପଡିଛି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିପର୍ଯ୍ୟୟ ପ୍ରଶସନ ବଳ ସହ ପ୍ରଶାସନର ସମସ୍ତ ଜରୁରୀ ବିଭାଗ ପୁନରୁଦ୍ଧାର ଅପରେସନ ଆରମ୍ଭ କରିଥିବା ଚିତ୍ର ବିଭିନ୍ନ ଆଡୁ ଆସୁଛି ।

ତେବେ କୋଲକାତାରେ ବାତ୍ୟା ପ୍ରଭାବରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା ହୋଇଛି । ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.