ବିଦ୍ୟୁତ ତାର ଲଗାଇ ନବଦମ୍ପତିଙ୍କ ଆତ୍ମହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଅଭାବନୀୟ ଘଟଣା। ବେକରେ ବିଦ୍ୟୁତ ତାର ଲଗାଇ ପାର୍ବତୀପୁର ଗାଁରେ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଅନ୍ୟପଟେ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ,  ପାର୍ବତୀପୁର ଅଞ୍ଚଳର ମନୋଜ ମହାକୁଡ଼ ଗତ ୮ ମାସ ତଳେ ସସ୍ମିତାଙ୍କୁ ବିବାହ କରିଥିଲେ । ସସ୍ମିତାଙ୍କ ଭଉଣୀ ଭିଣେଇ ତାଙ୍କ ଘରକୁ ବୁଲିବା ପାଇଁ ଆସିଥିବା ବେଳେ ଗତକାଲି (ରବିବାର) ତାଙ୍କ ଘର କବାଟ ବହୁ ସମୟ ଧରି ବନ୍ଦ ରହିଥିଲା । ଅନେକ ଥର ଡାକିବା ପରେ କେହି ନଶୁଣିବାରୁ ଶେଷରେ ଘର ଲୋକ କବାଟ ତାଡି ଦେଖିଲା ବେଳକୁ ଉଭୟ ମନୋଜ ଏବଂ ସସ୍ମିତା ବେକରେ ବିଦ୍ୟୁତ ତାର ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ ।

ତେବେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରି ସେମାନଙ୍କୁ ଘର ଲୋକେ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା ।  ସାଙ୍ଗେ ସାଙ୍ଗେ ପରିବାର ସଦସ୍ୟ ପୁଲିସକୁ ଖବର ଦେବାରୁ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।  ସାଙ୍ଗେ ସାଙ୍ଗେ ପରିବାର ସଦସ୍ୟ ପୁଲିସକୁ ଖବର ଦେବାରୁ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

Comments are closed.