ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। ମଙ୍ଗଳବାର ଶାହା ୩ଟି ସଭା କରିବେ। ଦିନ ୧୦ଟାରେ ଚାନ୍ଦବାଲିରେ ପ୍ରଥମ ସଭା କରିବା ପରେ ସେ କୋରେଇ ଓ ନିମାପଡାରେ ସମ୍ବୋଧନ କରିବେ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ୨୯ରେ ଆସିବା ନେଇ କେନ୍ଦ୍ରାପଡା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଜେପି ଶିବିର । ଦଳୀୟ କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର ରଖିଛନ୍ତି | ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭା କରିବା ପରେ ସାଢ଼େ ୧ରେ ବାଲେଶ୍ବରରେ, ୩ଟା ୩୦ରେ କେନ୍ଦ୍ରାପଡ଼ାରେ ସଭା କରିବେ।

ସେହିଦିନ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବା ସହ ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରାପଡାରେ ବାରୋ ସିଦ୍ଧ ମହାପୁରୁଷ ମଠ ଅଧିନରେ ଦଳୀୟ ବିଜେପି ଲୋକସଭା ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ କେନ୍ଦ୍ରାପଡା, ପାଟକୁରା, ଆଳି, ରାଜନଗର, ମହାକାଳପଡ଼ା ସମେତ କଟକ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ।

 

Comments are closed.