ବାଲେଶ୍ଵରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵରରେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ପୋଲିସ ପଡିଆରେ ବିଜୁ ଜନତା ଦଳର ଆୟୋଜିତ ନିର୍ବାଚନୀ ସମାବେଶରେ ଯୋଗଦେଇ ବିକାଶ ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ବିଜୟ ହେଲେ ଶହେ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଓ ସାଂସଦ ପ୍ରାର୍ଥିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ସେ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଯୋଗ ଦେଇଥିଲେ |

ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତ ସିଂହାର, ସଦର ବିଧାୟକ ପ୍ରାର୍ଥି ସ୍ବରୂପ କୁମାର ଦାସ, ବସ୍ତା ବିଧାୟକ ପ୍ରାର୍ଥିନୀ ସୁବାଶିନି ଜେନା, ରେମୁଣା ବିଧାୟକ ପ୍ରାର୍ଥିନୀ ବିଦ୍ୟାସ୍ମିତା ମହାଳିକ ଓ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ଉପସ୍ଥିତ ଥିଲେ।

Leave A Reply

Your email address will not be published.