ଭାରସାମ୍ୟ ହରାଇ ଖସିଲା ମାର୍ବଲ ବୋଝେଇ ପିକଅପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଚନ୍ଦନେଶ୍ୱର ୫୭ନଂ ଜାତୀୟ ରାଜପଥର ତାଳବଣିଆ ଠାରେ ଭାରସାମ୍ୟ ହରାଇ ନୟନ ଯୋଡିକୁ ଖସିଲା ମାର୍ବଲ ବୋଝେଇ ପିକଅପ ଭେନ  | ଜଣେ ମୃତ ୭ ଗୁରୁତ୍ୱର | ଘଟଣା ସ୍ଥଳରୁ ଡ୍ରାଇଭର ଫେରାର | ଗୁରୁତ୍ୱର ମାନେ ଜଳେଶ୍ୱର ଡାକ୍ତର ଖାନରେ ଚିକିତ୍ସିତ |

ପୋଲିସର ତଦନ୍ତ ଜାରୀ | ମୃତକ ଜଣକ ହେଲେ ଲୁହାପଡା ଅଂଚଳର ସୋନା ସୋରେନ (୨୦)। ସୂଚନା ଅନୁସାରେ ଜଳେଶ୍ଵର ଅନୁକୁଳ ମନ୍ଦିର ନିକଟରୁ ଏକ ପିକ ଅପ ଭେନ ରେ ମାର୍ବଲ ବୋଝେଇ ହୋଇ କମର୍ଦା ଯାଉଥିବା ବେଳେ, ନାମ୍ପୋ ନିକଟରେ ରାସ୍ତା ଉପରେ ଯାଉଥିବା ଅଟୋ ଟି ହଠାତ୍ ବ୍ରେକ ମାରିବାରୁ ପଛରେ ଥିବା ପିକ ଅପ ଭେନ ର ଡ୍ରାଇଭର ଭାରସାମ୍ୟ ହରାଇ, ଅଟୋକୁ ସୁରକ୍ଷା ଦେବାକୁ ଯାଇ ରାସ୍ତା କଡକୁ କାଟି ଦେଇଥିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା।

ଘଟଣା ସ୍ଥଳରେ ଗାଡ଼ିରେ ଥିବା ସାତ ଜଣ ଲେବର ଙ୍କ ମଧ୍ୟରୁ ଜଣେ ଗାଡ଼ି ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଛଅ ଜଣ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ଜିକେଭଟର ହସ୍ପିଟାଲ କୁ ଅଣାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଥିବା ଜଣାପଡିଛି।

Comments are closed.