ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ଜୁନ 4 ତାରିଖ ଭୋଟ ଗଣତି ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଲୋକ ସଭା ଓ ବିଧାନ ସଭା ଆସନ ନିମନ୍ତେ ଜୁନ 4 ତାରିଖ ଦିନ ପଲିଟେକନିକ୍ ଠାରେ ଭୋଟ ଗଣତି ଆରମ୍ଭ ହେବ।ପ୍ରତି ଟେବୁଲରେ EVM ପାଇଁ କାଉଣ୍ଟି ସୁପର୍ଭାଇଜର ଓ କାଉଣ୍ଟି ଆସିଷ୍ଟାଣ୍ଟ ଓ ଅଧିକାରୀ ମାନେ ଉପସ୍ଥିତ ରହିବେ। କାଉଣ୍ଟି କର୍ମଚାରୀ ଜୁନ 4 ତାରିଖ ଭୋଟ ଗଣତି ଦିନ ଭୋର 5 ଟା ସମୟରେ ଉପସ୍ଥିତ ରହିବେ।
ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ,ଡେପୁଟି କଲେକ୍ଟର ଇଲେକ୍ସନ ଏଜ୍ଲିନ ବାରା, ଅଞ୍ଜୁନ କୁଜୁର୍, ସହକାରୀ ଜିଲ୍ଲlପାଳ ତାପସ କୁମାର ମହାନ୍ତ, ତିନି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧକାରୀ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.