ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ। ବେଙ୍ଗାଲୁରୁର ଏକ କୋର୍ଟ ରାହୁଲଙ୍କ ଉପରେ ରହିଥିବା ମାନହାନି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲା। ଏହି ଜାମିନ ବେଙ୍ଗାଲୁରୁର ୪୨ତମ ଏସିଏମଏମ କୋର୍ଟରୁ ଆସିଛି। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଗଣମାଧ୍ୟମରେ ପ୍ରଦର୍ଶୀତ ବିଜ୍ଞାପନରେ ବିଜେପି ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଯାଇଥିଲା।

ଏପରିକି ନିଜ ଶାସନ କାଳ ସମୟରେ ୨୦୧୯ରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା କୁହାଯାଇଥିଲା। ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ବିଜେପି ନେତା ୪୦% କମିଶନ ଖାଉଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏକ ଦୁର୍ନୀତି ରେଟ୍‌ କାର୍ଡ ବି ସାର୍ବଜନୀନ କରିଥିଲା। । ବିଜ୍ଞାପନରେ ୨୦୧୯ ରୁ ୨୦୨୩ ମଧ୍ୟରେ ତତ୍କାଳୀନ ବିଜେପି ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲା। ଏହି ମାମଲାରେ କୋର୍ଟ ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ସେମାନେ କୋର୍ଟରେ ହାଜର ହୋଇଥିଲେ।

ଜଷ୍ଟିସ କେ.ଏନ୍ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ବିଜେପି କୋର୍ଟ ନିକଟରେ ପହଞ୍ଚିଥିଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଦୁର୍ନୀତି ପ୍ରସଙ୍ଗରେ ତତ୍କାଳୀନ ବିଜେପି ସରକାରକୁ ଟାର୍ଗେଟ କରିଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରି କଂଗ୍ରେସ ବିଜେପିକୁ କ୍ଷମତାରୁ ହଟାଇ ଦେଇଥିଲା।

Comments are closed.