ବିଳମ୍ବିତ ରାତିରେ ଟ୍ରକ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ସନ୍ତୋଷପୁର ଛକ ନିକଟରେ ବିଳମ୍ବିତ ରାତିରେ ଟ୍ରକ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ୭୦୦୦୦ ଟଙ୍କା ଲୁଟ୍,ହେଲ୍ପର କୁ ଅପହରଣ କଲେ ଦୁର୍ବୁର୍ତ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ WB33D2629 ଟ୍ରକ ଧାନ ନେଇ ପଶ୍ଚିମବଙ୍ଗର ଜମାଲପୁର କୁ ଯାଇ ସେହି ଅଞ୍ଚଳର କାମାରପୋଖରୀ ରୁ ଆଳୁ ନେଇ ଯାଜପୁର କୁ ଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ଏକତାଳି ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତିମାନେ ମାରଣାସ୍ତ୍ର ଦେଖାଇ ଗାଡି ଅଟକାଇବା କୁ ଚେଷ୍ଟା କରିଥିଲେ। ଗାଡ଼ି ଚାଲକ ପ୍ରଭାସ ବେହେରା ଘଟଣା ସ୍ଥଳରୁ କୈ।ଶଳ ପୂର୍ବକ ଖସିବାକୁ ଚେଷ୍ଟା କରି ଗାଡ଼ି ର ଗତି ବଢାଇ ବସ୍ତା ଅଞ୍ଚଳ ଆଡ଼କୁ ଆସୁଥିବା ସମୟରେ ବସ୍ତା ଥାନା ସନ୍ତୋଷପୁର ନିକଟରେ ଟ୍ରକ କୁ ପିଛା କରି ଏକ ନାଲି ରଙ୍ଗର କାର ଟ୍ରକ ସମ୍ମୁଖରେ ଆଡ୍ଡା ପକାଇଥିଲେ।

କୈ।ଣସି ଉପାୟ ନପାଇ ଡ୍ରାଇଭର ଜଣକ ଗାଡ଼ିକୁ ରାଜପଥ କଡ଼ରେ ରଖି ନିକଟସ୍ଥ ଢ଼ାବା କୁ ଯାଇଥିବା ବେଳେ ସମ୍ପୃକ୍ତ ଯୁବକ ମାନେ ଢ଼ାବା ଭିତରେ ଲୁହା ରଡ ଓ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ପ୍ରଭାସ ଚେତା ଶୂନ୍ୟ ଅବସ୍ଥାରେ ପଡିରହିଥିବା ବେଳେ ତାଙ୍କ ନିକଟରେ ଥିବା ସତୁରୀ ହଜାର ଟଙ୍କା ସହିତ ଟ୍ରକର ହେଲପର ବିଟୁ କୁ ଉକ୍ତ ଯୁବକ ମାନେ ନେଇଯାଇଥିଲେ। ସ୍ଥାନୀୟ ଲୋକେ ପ୍ରଭାସଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରଭାସ ଅମର୍ଦାରୋଡ ଫାଣ୍ଡି ରେ ଲିଖିତ କରିଥିବା ଜଣାଯାଇଛି। ଅଭିଯୋଗ କୁ ଆଧାରକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.