ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ | ବାରିପଦା ସହରର ଭଞ୍ଜପୁର ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ପ୍ରାଶାସନିକ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ। ତେବେ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ଥିମ ହେଉଛି “ଯୋଗ ନିଜପାଇଁ ଏବଂ ସମାଜ ପାଇଁ” ।

୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍‌ ୨୧ ତାରିଖ ଦିନଟିକୁ ସାରା ବିଶ୍ବରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରାଯାଇ ଆସୁଅଛି। ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ବଚା, ଚିନ୍ତା ସହ ଚେତନାର ମିଳନ ହେଉକି ଅବସାଦ ମନକୁ ସତେଜ କରିବାକୁ, ‘ଯୋଗ’ ପାଲଟିଛି ପ୍ରଧାନ ମାଧ୍ୟମ । ଖାଲି ସେତିକି ନୁହେଁ, ମାରାତ୍ମକ ରୋଗକୁ ମଧ୍ୟ ଭଲ କରିବାରେ ଯୋଗର ଭୂମିକା ଗୁରୁତ୍ୱ ପୁର୍ଣ୍ଣ ଅଟେ।

Leave A Reply

Your email address will not be published.