ପୁଣି ଭିଜିଲାନ୍ସ ଜାଲରେ ଇଂଜିନିୟର, ବାଲେଶ୍ଵର RW-2 ଡିଭିଜନର ଆସିଷ୍ଟାଣ୍ଡ ଇଂଜିନିୟର ପ୍ରମୋଦ କୁମାର ବେହୁରିଆଙ୍କ ଘରେ ରେଡ଼
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ଇଂଜିନିୟର। ବାଲେଶ୍ଵର ଆର ଡବ୍ଲୁ ୨ ଡିଭିଜନ ଆସିଷ୍ଟାଣ୍ଡ ଇଂଜିନିୟର ପ୍ରମୋଦ କୁମାର ବେହୁରିଆଙ୍କ ଘରେ ଚାଲିଛି ରେଡ଼। ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ୫ ସ୍ଥାନରେ ଏକ କାଳୀନ ଚାଲିଛି ଚଢ଼ାଉ।
ଚଢ଼ାଉରେ ସାମିଲ ଅଛନ୍ତି ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୪ ଜଣ ଇନିସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ। ଭଦ୍ରକ ସହର ବାଗୁରାଇରେ ଅଛି ଗୋଟିଏ ତିନି ମହଲା ଘର ଓ ଅନ୍ୟଏକ ଦୁଇ ମହଲା ଘର। ଗୋଟିଏ କ୍ୟାମ୍ପସରେ ରହିଛି ଏହି ଦୁଇ ଘର।
ଭଦ୍ରକ ମଧୁସୂଦନନଗର ଗ୍ରାମର ପୈତୃକ ଘରେ ଚାଲିଛି ଚଢ଼ାଉ। ମାର୍କେଟ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ।ବାସୁଦେବପୁରର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ।ଆସିଷ୍ଟାଣ୍ଡ ଇଂଜିନିୟର ବେହୁରିଆଙ୍କ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ଚଢ଼ାଉ। ଆସିଷ୍ଟାଣ୍ଡ ଇଂଜିନିୟର ପ୍ରମୋଦ ବେହୁରିଆ ଙ୍କ ଘରୁ ମିଳିଛି ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା। ଭିଜିଲାନ୍ସ ଟିମ ଖାନ ତଲାସୀ ଜାରି ରଖିଛି।