ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବଦଳିବ ସ୍କୁଲ ପୋଷାକ ରଙ୍ଗ। ଚଳିତ ଶିକ୍ଷାବର୍ଷ ୨୦୨୪-୨୦୨୫ ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ । ଆସନ୍ତା ବର୍ଷରୁ ଛାତ୍ରୀଙ୍କ ପୋଷାକ ପରିପାଟୀରେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ ପ୍ରଦାନ କରାଯିବ।
ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ କମିଜ, ସାଲୱାର ଓବଂ ଓଢଣୀ ଦିଆଯିବ। ତେବେ ରଙ୍ଗ କଣ ହେବ ସେପରି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହେବ | ଉଲ୍ଲେଖଯୋଗ୍ୟ, ଗତ ମେ ୨୦ ତାରିଖରେ ଓସେପା ପକ୍ଷରୁ ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ନେଇ ଚିଠି କରାଯାଇଥିଲା।
ଜୁନ ୨୦ ତାରିଖ ସୁଦ୍ଧା ସମସ୍ତ ଜିନିଷ ବଣ୍ଟନ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୋଷାକ ବିତରଣ କରାଯିବ। ପୋଷାକର ରଙ୍ଗ ଓ ଗୁଣାବାତ୍ତ ଉପରେ ବିଶେଷ ଧ୍ୟାନ ଦିଆଯିବ। ପୋଷାକ ବଣ୍ଟନ ସମୟରେ ସଠିକ ଭାବେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନାମ ଶ୍ରେଣୀୱାରୀ ଖାତାରେ ଲିପିବଦ୍ଧ କରାଯିବ। ତେବେ ସମସ୍ତ ଶ୍ରେଣୀର ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୩୦ ତାରିଖ ସୁଦ୍ଧା ଶେଷ କରାଯିବ।