ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିଠୁ ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ଦ୍ବିତୀୟ ବିଦେଶୀ ଗସ୍ତ । ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ଆଜି ଓ ଆସନ୍ତାକାଲି ଏହି ସମ୍ମିଟ୍ ଅନୁଷ୍ଠିତ ହେଉଛି। ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ସମୀକ୍ଷା ସହିତ ପାରସ୍ପରିକ ସ୍ବାର୍ଥ ଓ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିବେ ମୋଦି ଓ ପୁଟିନ।

ମସ୍କୋରେ ପ୍ରବସୀ ଭାରତୀୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବ ବିନିମୟର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ମୋଦି ଓ ପୁଟିନ୍‌ଙ୍କ ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହେବ । ଆଞ୍ଚଳିକ ଓ ବିଶ୍ବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଈଲୋଚନା କରାଯିବ । ଇଣ୍ଡୋ-ପାସିଫିକ ବିକାଶକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ବିଷୟରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ହେବା ବୋଲି କହିଛନ୍ତି ବୈଦେଶିକ ସଚିବ ବିନୟ କ୍ୱାଟ୍ରା । କେମରିଲରେ ମୋଦି ପୁଟି୍ନ୍‌ ଭେଟଘାଟ ହେବ । ଋଷରେ ଭାରତୀୟ ସମୁଦାୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ମସ୍କୋ ଗସ୍ତ। ୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମସ୍କୋ ଗସ୍ତକୁ ନେଇ ରୁଷ ମଧ୍ୟ ଉତ୍ସାହିତ ରହିଛି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଶିଖର ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଇର୍ଷା କରୁଥିବା କହିଛି।

Leave A Reply

Your email address will not be published.