ମହାନଦୀକୁ ଡେଇଁଲେ ଯୁବତୀ: ଉଦ୍ଧାର କାର୍ଯ୍ୟ ଜାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୋଲ ଉପରୁ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ପୋଲ ଉପରୁ ଯୁବତୀ ଜଣକ ମହାନଦୀକୁ ଡେଇଁଛନ୍ତି। ଯୁବତୀ ଜଣକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଜାରି ରହିଛି। ଆଜି ପୂର୍ବାହ୍ନ ୧୦ଟାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ନିକଟକୁ ଏକ କଲ୍‌ ଯାଇଥିଲା।

ଜଣେ ଯୁବତୀ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଥିବା ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ। ଏହାପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ୨ଟି ବୋଟ୍‌ରେ ଅଗ୍ନିଶମ କର୍ମଚାରୀ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଖୋଜାଖୋଜି କରୁଥିଲେ ବି ଯୁବତୀଙ୍କ ପତ୍ତା ପାଇ ପାରୁ ନାହାନ୍ତି । ଏନେଇ ପ୍ରତ୍ୟକ୍ଷଦର୍ଶୀଜଣକ କହିଛନ୍ତି,  ସକାଳ ପ୍ରାୟ ୧୦ଟା ବେଳେ ଜଣେ ଯୁବତୀ ଲିଫ୍ଟ ମାଗି ବ୍ରିଜ ମଝିକୁ ଆସିଥିଲେ। ଏହାପରେ ସେଠାରୁ ସେ ମହାନଦୀକୁ ଡେଇଁ ପଡ଼ିଥିଲେ।

ତେବେ ଯୁବତୀଜଣକ ବ୍ରିଜ ଉପରେ ନିଜ ଫୋନ୍‌ କିମ୍ବା ଚପଲ ଆଦି କିଛି ବି ଜିନିଷ ଛାଡ଼ି ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନି ।  ସେପଟେ ନଦୀର କିଛି ଦୂରରେ ସ୍ଥାନୀୟ ଗୋପିଆକୁଦ ଅଞ୍ଚଳର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହେଲେ ଉଭୟ ଘଟଣା ମଧ୍ୟରେ କିଛି ସମ୍ପର୍କ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ।

Leave A Reply

Your email address will not be published.