ଶ୍ରୀମନ୍ଦିରରେ ଦଳାଚକଟା ସ୍ଥିତି, ହଠାତ ମନ୍ଦିର ଭିତରକୁ ପଶିଲେ ହଜାର ହଜାର ଶ୍ରଦ୍ଧାଳୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହଠାତ ହଜାର ହଜାର ଶ୍ରଦ୍ଧାଳୁ ପଶିଲେ ଶ୍ରୀମନ୍ଦିର ଭିତରେ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସାମ୍ନାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଭକ୍ତମାନେ ଧସେଇ ପଶିଥିବା ଦେଖିବାକୁ ମିଳିଛି। ଫଳରେ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଧସ୍ତାଧସ୍ତିରେ କିଛି ମହିଳା ତଳେ ପଡି ଯାଇଥିବା ବେଳେ ଦଳଚକଟା ସ୍ଥିତି ଉପୁଜିଥିଲା । ଆଉ ଏହାଭିତରେ ବ୍ୟାରିକେଟ ଭାଙ୍ଗି ଶହ ଶହ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପଶିଥିଲେ । ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଥିବା ବେଳେ କିଛି ସେବାୟତ ତଳେ ପଡି ଯାଇଥିବା ମହିଳାଙ୍କୁ ଉଦ୍ଧାର କରିଥିଲେ ।

ଆଜି ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେଉଛି। ଏହି ଅନନ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ସୁନାବେଶ ପାଇଁ ମନ୍ଦିରରେ ଘଣ୍ଟାଏ ପାଇଁ ଦର୍ଶନ ବନ୍ଦ ରହିଥିଲା। ଏଥିପାଇଁ ସିଂହଦ୍ୱାର ସମ୍ମୁଖ ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା। ତେବେ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତମାନେ ସିଂହଦ୍ୱାର ସାମ୍ନା ପଟ ବ୍ୟାରିକେଡ୍କୁ ଭାଙ୍ଗି ଧସେଇ ପଶିଥିଲେ। କେମିତି ମନ୍ଦିର ଭିତରେ ଆଗେ ପ୍ରବେଶ କରିବେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଯାହା ଫଳରେ ଏଭଳି ସ୍ଥିତି ଉପୁଜିଥିଲା ।

Leave A Reply

Your email address will not be published.