ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ ୩ରୁ୪ଫୁଟ୍ ବନ୍ୟା ପାଣି ଯାଉଛି। ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା କରିବା ସମ୍ଭବପର ହୋଇପାରୁ ନାହିଁ। ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଏକାକାର ହୋଇଛି ନଦୀ, ନାଳ, ରାସ୍ତା ଓ ପୋଲ । ଏହାର ପ୍ରଭାବରେ ମାଲକାନଗିରି ମୋଟୁ ଜାତୀୟ ରାଜପଥ-୩୨୬ ଜଳମଗ୍ନ ହୋଇ ରାସ୍ତା ଅବରୋଧ ହୋଇଛି ।
ସେପଟେ ମାଲକାନଗିରି କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍ଭି-୯୦, ପୋଟେରୁ ପୋଲ ଉପରେ ମଧ୍ୟ ପାଣି ଚାଲୁଛି । ବିଭିନ୍ନ ସ୍ଥାନରେ ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ପ୍ରବାହିତ ହେଇଥିବା ବେଳେ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି କାଙ୍ଗୁରୁକୋଣ୍ଡା ବ୍ରିଜ୍ । ଏହି ପୋଲ ଉପରେ ୨ରୁ ୩ ଫୁଟର ପାଣି ଚାଲୁଛି । ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି । ଯାତାୟତ ବ୍ୟାଘ୍ରତ ହୋଇଛି । ଯାହାକୁ ନେଇ ଅଟକି ରହିଛି ଜନଜୀବନ । ହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। MV-90 ଏବଂ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନରେ ଏପରି ସ୍ଥିତି ଉପୁଜିଥାଏ। ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ଲୋକେମାନେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।
ହେଲେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ରହିଥାଏ। ସେହି ସମୟରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇ କାମ ସାରିଦେଇଥାଏ। ହେଲେ ତଳିଆ ଅଞ୍ଚଳର ଲୋକେ କିପରି ବର୍ଷା ଦିନେ ହଇରାଣ ହରକତ ନ ହେବେ ସନେଇ ପ୍ରଶାସନ କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥାଏ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଥିସହିତ ବରଗଡ଼, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଏହି ଜିଲ୍ଲାଗୁଡିକରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।