ପୁଣି କେନ୍ଦ୍ରାପଡ଼ାରେ ଜାଲ ସାଠିପିକେର୍ଟରେ ଚାକିରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ରେ ପୁଣି ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ ଅଭିଯୋଗ | ଆର୍ଟିଆଇ ତଥ୍ୟ ଧରା ପକାଇ ଦେଲା ସତ.ଡେରାବିଶ ବିଡ଼ିଓ ଙ୍କ ତଦନ୍ତ ଜାରି | ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗ୍ରାମ ର ଜଣେ ସିଆରପି ଚାକିରୀ କରୁଥିବା ମହିଳା ରାଜଶ୍ରୀ ପରିଜା ଚାକିରୀ ପାଇବାକୁ ଇଣ୍ଟରଭ୍ୟୁ ଦେବା ବେଳେ ସାଠିପିକେର୍ଟ ଭେରୀପିକେସନ ସମୟରେ ବିଏଲଏଫ ଙ୍କୁ ଭୁଆଁ ବୁଲାଇ ନକଲି ସ୍କୁଲ ସାଠିପିକେର୍ଟ ଦେଇ ଚାକିରୀ ପାଇଥିଲେ | ଗତବର୍ଷ 2023 ମସିହା ମାର୍ଚ୍ଚ ମାସ ରେ ଡେରାବିଶ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସୋୟମ ସହାୟକ ଗୋଷ୍ଠି ମହିଳା ଙ୍କ ମଧ୍ୟରୁ ସରକାରୀ ବେତନ ପ୍ରାପ୍ତ ପଦବୀ ଯଥା ସିଆରପି ଓ ଏମବିକେ ଚୟନ ହେଉଥିଲା |

ସିଆରପି ପଦ ପାଈଁ ଦଶମ ପାସ ଯୋଗ୍ୟତା ଥିବା ବେଳେ ଯଅଁରା ବାରିମୂଳ ପଞ୍ଚାୟତ ର ରାଜଶ୍ରୀ ପରିଜା ଏକ ଜାଲ ସାଠିପିକେର୍ଟ ଦେଇ ନିଯୁକ୍ତି ପାଇଥିଲେ | ଶକୁନ୍ତଳା ବିଦ୍ୟାନିକେତନ ରୁ ସେ ଦଶମ ପାସ କରି ସାଠିପିକେର୍ଟ ଆଣିଥିବା ଦର୍ଶାଇ ଥିଲେ ଓ ଉକ୍ତ ବିଦ୍ୟାଳୟର ପ୍ରଦତ୍ତ ପ୍ରମାଣପତ୍ର ବୋଲି ଦର୍ଶାଇ ଥିଲେ |କିନ୍ତୁ ବର୍ତମାନ ସୂଚନା ଅଧିକାର ଆଇନ ର ତଥ୍ୟ ଅନୁଯାୟୀ ରାଜଶ୍ରୀ ପରିଜାଙ୍କ ଦଶମ ପାସ ପ୍ରମାଣ ପତ୍ର ନକଲି ତଥା ଜାଲି ବୋଲି ଧରା ପଡିଵା ପରେ ଅନ୍ୟ ଆବେଦନକାରିଣୀ ଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ଡେରାବିଶ ବିଡ଼ିଓ ଙ୍କୁ ସଂଗୀନ ଅଭିଯୋଗ ହୋଇଛି | ଆର୍ଟିଆଇ ତଥ୍ୟ ଅନୁଯାୟୀ ବୋଧଙ୍ଗ ସ୍ଥିତ ସଂକୁନ୍ତଳା ବିଦ୍ୟାନିକେତନ ପକ୍ଷରୁ ଲିଖିତ ଭାବେ ଦର୍ଶା ଯାଇଛି ଯେ 2010 ମସିହା ଦଶମ ଶ୍ରେଣୀ ଆନୁଆଲ ଓ ସପ୍ଲିମେଂଟାରୀ ପରୀକ୍ଷା ରେ ରାଜଶ୍ରୀ ପରିଜା ନାମକ କେହି ଛାତ୍ରୀ ତାଙ୍କ ବିଦ୍ୟାଳୟ ରୁ ପାସ କରିନାହାନ୍ତି ତଥା ଉତୀର୍ଣ୍ଣ ହୋଇନାହାନ୍ତି |

ଏହି ରିପୋର୍ଟ ଆଧାର ରେ ଡେରାବିଶ ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କ ନିର୍ଦେଶ ରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓ ଙ୍କୁ ଚିଠି ଲେଖିଛନ୍ତି | ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରୀ ପାଇଥିବା ରାଜଶ୍ରୀ ପରିଜା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ ଦାଶରଥି ଯେନା ସୂଚନା ଦେଇଛନ୍ତି | ସେ ସମୟ ରେ ସାଠିପିକେର୍ଟ ଭେରୀପିକେସନ ର ଟେକ୍ନିକାଲ ସୁବିଧା ବ୍ଲକ ପାଖରେ ନଥିବାରୁ ରାଜଶ୍ରୀ ଙ୍କ ଠକାମୀ ଓ ଜାଲିଆତି ଧରା ପଡ଼ିନଥିଲା ତେଣୁ ବର୍ତମାନ ଅନ୍ତିମ ତଦନ୍ତ ରିପୋର୍ଟ ଆସିବା ପରେ ରାଜଶ୍ରୀ ନେଇଥିବା ଦରମା ଟଙ୍କା ତାଙ୍କଠୁ ରିକଭରି କରାଯାଇ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ତାଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେରାବିଶ ବିଡ଼ିଓ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି |

Leave A Reply

Your email address will not be published.