ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହୋଲିରେ ଅଘଟଣ । ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଫଳରେ ୫ ବଖରା ଘର ଜାଳି ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ଜଣେ ମହିଳା ଆହତ ହୋଇଛନ୍ତି ।
ଭଦ୍ରକ ଜିଲ୍ଲା ନରିପୂର ରମେଶ ଲାଲଙ୍କ ଘରେ ଘଟିଛି ଏଭଳି ଅଘଟଣ । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା । ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା ।
ଫଳରେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା । ଘର ଗୁଡିକ ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ଯାଇଛି । ଆହତ ମହିଳାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି ।