ୱାଇବି ଖୁରାନିଆ ହେବେ ରାଜ୍ୟର ନୂଆ ପୁଲିସ ଡିଜି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି ।ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ମଧ୍ୟ ରହିଥିଲେ। କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଓଡ଼ିଶାରେ ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ଓ୍ୱାଇ ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଏବଂ ମୟୂରଭଞ୍ଜ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ। କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି।

ଶ୍ରୀ ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦିଆଯାଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ର ସରକାର ଶ୍ରୀ ଖୁରାନିଆଙ୍କୁ ଓଡ଼ିଶାକୁ ଫେରାଇ ଦେବା ପରେ ରାଜ୍ୟ ସରକାର ପୁଲିସ ଡିଜି ଚୟନ ପାଇଁ ପ୍ରକ୍ରିୟାକୁ ଅନୁସରଣ କରି ଶ୍ରୀ ଖୁରାନିଆଙ୍କୁ ଡିଜି ପଦବୀରେ ଅବସ୍ଥାପିତ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.