ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ୟାରିସ୍ରେ ଚାଲିଛି କ୍ରୀଡା ମହାକୁମ୍ଭ। ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଖେଳାଳିମାନେ ବିଭିନ୍ନ ବର୍ଗରେ ମେଡାଲ ଜିତିବା ପାଇଁ ଚଳାଇଛନ୍ତି ସଂଘର୍ଷ। ଏହାରି ଭିତରେ ପ୍ୟାରିସ୍ରେ ଜାରି ରହିଛି ଅସହ୍ୟ ଗରମ। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ। ତେବେ ସୂଚନ ମୁତାବକ, କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି କ୍ରୀଡ଼ାବିତ। ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ନେଇଛି।
ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡା ମନ୍ତ୍ରଣାଳୟ, କ୍ରୀଡ଼ା ପ୍ରାଧିକରଣ ଅଫ୍ ଇଣ୍ଡିଆ (SAI), IOA ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ଏକ ସମନ୍ୱୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପ୍ୟାରିସରେ ହଠାତ୍ ତାପମାତ୍ରା ଏବଂ ଆର୍ଦ୍ରତା ବୃଦ୍ଧି ହେତୁ ଖେଳାଳିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ରିପୋର୍ଟ ଅନୁସାରେ, ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।
ତେବେ କ୍ରୀଡ଼ା ଗ୍ରାମରେ ଏସିର ବନ୍ଦୋବସ୍ଥ ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ। ବିଶେଷକରି ପ୍ୟାରିସ ଓ ଶେଟରାଓରେ ତାପମାତ୍ରା ମାତ୍ରାଧିକ ରେକର୍ଡ କରାଯାଇଛି। ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି।