ଭିଜିଲାନ୍ସ ଜାଲରେ ଆଠଗଡ ବିଡ଼ିଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉ ଜଣେ ବିଡ଼ିଓ। କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଦୀପଙ୍କ ଘରେ ରେଡ୍ କରୁଛି । ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ ଭୁବନେଶ୍ୱରର ଗୌତମ ନଗର ସ୍ଥିତ ବାସଭବନ, ଆଠଗଡରେ ଥିବା କାର୍ଯ୍ୟାଳୟ ଓ କ୍ୱାଟର, ରାଜସୁନାଖଳାରେ ପୈତୃକ ବାସଭବନରେ ଆଜି ସକାଳୁ ଚଢାଉ ହୋଇଛି। ଚଢାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ୧୦ଜଣ ଏଏସଆଇ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା, ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା ଓ ଅନ୍ୟ ଏକ କୋଠା, ରାଜସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର ଆଦି ସ୍ଥାନରେ ରେଡ଼ ଚାଲିଛି । ୬ ଜଣ ଡିଏସପିଙ୍କ ନେତୃତ୍ବରେ ୬ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଚଢ଼ାଉ ଜାରି ରଖିଛନ୍ତି ।

Leave A Reply

Your email address will not be published.