ପ୍ରତି ଓଡିଆର ଆତ୍ମତୃପ୍ତି ଭୋଜନ ‘ପଖାଳ’, ଏବେ ଆଉ ଓଡିଶା ନୁହେଁ ସାରା ବିଶ୍ବ ପାଳୁଛି ପଖାଳ ଦିବସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’ ।

ଛୋଟ ବଡ଼ ହୋଟେଲ୍‌ ଠାରୁ ଆରମ୍ଭ କରି ବଡ଼ ରେସ୍ତୋରାଁର ମେନୁରେ ଦେଖିବାକୁ ମିଳୁଛି ପଖାଳ । ପଖାଳ ଦିବସ ପାଇଁ ଖାସ ପ୍ରସ୍ତୁତି କରିଛନ୍ତି ରାଜଧାନୀର ବିଭିନ୍ନ ହୋଟେଲ୍‌ । ଏହି ଦିବସ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଭେଜ୍‌ ଓ ନନ୍‌-ଭେଜ୍‌ ପଖାଳ ଥାଳି। ପଖାଳ ଦିବସ ପାଳନ ପାଇଁ ହୋଟେଲକୁ ଆସି ଗର୍ବରେ ପଖାଳ ଡିସ୍‌ ଅର୍ଡ଼ର କରୁଥିବା ଗ୍ରାହକଙ୍କୁ ପରସି ସୁଆଦିଆ ପଖାଳ ପରସିବା ପାଇଁ ନାନା ଆୟୋଜନ ଆରମ୍ଭ ହୋଇଛି ।

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି । ତେଣୁ ୨୧ ମାର୍ଚ୍ଚ ମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।

ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି । ଅଧୁନା ଏହି ଦିବସ ଓଡ଼ିଶାର କେତେକ ଭୋଜନାଳୟମାନଙ୍କରେ ପଖାଳ ପରଷି କରାଯାଏ । ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ । 

Leave A Reply

Your email address will not be published.