ଭୁବନେଶ୍ୱର-ପୁରୀ ଓ ବଡ଼ବିଲ-ଚଣ୍ଡିଖୋଲ ୬-ଲେନ୍ ରାସ୍ତାକୁ ମଞ୍ଜୁରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଚଣ୍ଡିଖୋଲ ରୋଡ୍ ଓ ବଡ଼ବିଲ୍ ମଧ୍ୟରେ ରାସ୍ତା ମଧ୍ୟ ୬ ଲେନ୍ ହେବ । ଓଡ଼ିଶା ସରକାର ଏହି ରାସ୍ତା ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରି ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ପଠାଇଥିବା ଜଣାପଡ଼ିଛି।

ରାଜ୍ୟ ସରକାର ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡିଖୋଲ ରୋଡ-ବଡ଼ବିଲ ରାସ୍ତାକୁ ୬ଲେନ୍ ବିଶିଷ୍ଟ କରିବା ସହ ଉଭୟ ରାସ୍ତାରେ ଉଭୟ ପାଶ୍ୱର୍ରେ ଦୁଇଲେନ୍ ବିଶିଷ୍ଟ ସର୍ଭିସ ରୋଡ୍ ନିର୍ମାଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପରବର୍ତ୍ତୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏ ନେଇ ଏନ୍ଏଚ୍ଏଆଇ, ଓଡ଼ିଶାର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ସହ ଆଲାଇନମେଣ୍ଟ ଏବଂ ନିୟନ୍ତ୍ରିତ ଆକ୍ସେସ୍ ସ୍ଥାନଗୁଡ଼ିକର ଚୂଡ଼ାନ୍ତ ରୂପ କରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିସ୍ତୃତ ଉପସ୍ଥାପନା କରିବାକୁ ଏନ୍ଏଚ୍ଏଆଇକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.