ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଜିଲ୍ଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସୂଚନା ମୁତାବକ, କଟକ ଜିଲ୍ଲା ନେମାଳ ଅଞ୍ଚଳର ସୁହାନ ପରବିନ୍ ନାମକ ଜଣେ ମହିଳା ନାବାଳକ ପୁଅଙ୍କୁ ଧରି ଚିତ୍ରୋତ୍ପଳା ନଈକୁ ଡେଇଁ ପଡ଼ିଥିଲେ। ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡ଼ିଥିବା ନାବାଳିକା ଝିଅ କହିଛନ୍ତି। ମୃତ ନାବାଳକଙ୍କ ନାଁ ସେକ ତାୟର ଉଦ୍ଦିନ(୧୦)। ତେବେ ଗ୍ରୁପ୍ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ। ସେଥିପାଇଁ ଡେଇଁ ପଡ଼ିଥିବା ନାବାଳିକା ଝିଅ ଓ ସମ୍ପର୍କୀୟ କହିଛନ୍ତି। ମା’ପୁଅ ନଦୀକୁ କେଉଁ କାରଣ ପାଇଁ ଡେଇଁ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି।
ଗ୍ରୁପ ଲୋନ କରିବା ହେତୁ ମହିଳା ଜଣଙ୍କ ଚିନ୍ତିତ ଥିଲେ, ସେଥିପାଇଁ ନଦୀକୁ ଡେଇଁ ପଡିଥିବା ସମ୍ପକୀୟ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କ ଝିଅ କହିଛନ୍ତି, ଆଜି ସକାଳେ ମା’ଙ୍କ ସହ ମୋର ଛୋଟ ଭାଇ ଓ ମୁଁ ବଜାର ଆସିଥିଲୁ।ସେଠାରେ ମୋ ଭାଇର ବ୍ଲଡ୍ ଟେଷ୍ଟ କରାଯାଇଥିଲା। ବ୍ଲଡ୍ ଟେଷ୍ଟ କରି ଘରକୁ ଫେରିଲା ବେଳେ ମୋ ଭାଇକୁ ମା’ ପ୍ରଥମେ ନଦୀକୁ ଫିଙ୍ଗି ଦେଇଥିଲା, ପରେ ସେ ନିଜେ ଡେଇଁ ପଡ଼ିଥିଲେ।