ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ରାଖୀ ପୂର୍ଣ୍ଣିମା ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ ସହ ସମ୍ପର୍କକୁ ଆହୁରି ନିବିଡ଼ କରୁ ବୋଲି ଲେଖିଛନ୍ତି।

ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ।

ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ ବୋଲି ସେ କାମନା କରିଛନ୍ତି।ତେଣେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments are closed.