ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାମୀ ର ଚିକିତ୍ସା ପାଇଁ ସ୍ତ୍ରୀ ର ଓଡିଶା ବାସୀଙ୍କୁ ଆକୁଳ ନିବେଦନ। ଭଦ୍ରକ ଜିଲ୍ଲା ପୈରପାଳିକା ଅନ୍ତର୍ଗତ ପୁରୁଣା ବଜାର ଅଞ୍ଚଳରେ ରହୁଛନ୍ତି ଏହି ପରିବାର। ଘରେ ତିନଟି ପାଠ ପଢୁଆ ଝିଅ ଥିବା ବେଳେ ସ୍ବାମୀଙ୍କ କିଡନୀ ଜନିତ ଚିକିତ୍ସା ପାଇଁ ସ୍ତ୍ରୀ ବିଦୁଲତା ସାହୁଙ୍କ ମୁଣ୍ଡ ଉପରେ ଅଧିକ ବୁଝ। ଏପଟେ ପିଲା ମାନଙ୍କ ଖାଇବା ପିଇବା ସହିତ ପାଠ ପଢାରେ ଅଧିକ ପଇସା ଲାଗୁ ଥିବା ବେଳେ ଅନ୍ୟ ପଟେ ସ୍ବାମୀ କିଡନୀ ଜନିତ ରୋଗରେ। ସ୍ବାମୀଙ୍କ ମେଡିସିନ ପାଇଁ ପଇସା ଦରକାର।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅଞ୍ଚଳରେ ପ୍ରଦୀପ କୁମାର ସାହୁ ଆଜକୁ ଚାରିବର୍ଷ ହେବ। କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯିବା ଫଳରେ ତାଙ୍କ ସ୍ତ୍ରୀ ବିଦୁଲତା ସାହୁ ଗତ ଜୁନ୍ ମାସ ଛଅ ତାରିଖ ଦିନ ତାଙ୍କ ସ୍ବାମୀଙ୍କୁ କିଡନୀ ଦେଇଥିଲେ। ଏଥି ସହ ବିଜୁ ସ୍ଥାସ୍ୟ ଯୋଜନା କାର୍ଡରୁ ଦଶ ଲକ୍ଷ ଟଙ୍କା ସରି ଯାଇଥିବା ବେଳେ, ଏବେ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ ଅପରେସନ ସଫଳ ହୋଇଛି ସତ କିନ୍ତୁ ନିମୁନିଆ ଜ୍ବର ରେ ପିଡୀତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ସାତ ଦିନ ରହି ଚିକିତ୍ସାରେ ଚାରି ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଆଗକୁ ଚିକିତ୍ସା ନିମନ୍ତେ ଅର୍ଥର ଅଭାବ ରହିଥିବା ବେଳେ ତାଙ୍କ ସ୍ତ୍ରୀ ପାଖରେ ଯାହା କିଛି ଥିଲା
ସବୁ କିଛି ବିକି ସାରି ସ୍ବାମୀଙ୍କ ଚିକିତ୍ସା ରେ ସରିଯାଇଛି। ଏଥି ସହ ବାକି ଚିକିତ୍ସା ପାଇଁ ସ୍ତ୍ରୀ ବିଦୁଲତା ସାହୁ ସରକାରଙ୍କୁ ଚିଠି ଲେଖିଥିବା ବେଳେ। ଯଦି ଆପଣ ମାନେ ଏହି ପରିବାର କୁ କିଛି କିଛି ସାହାଯ୍ୟ କଲେ ବହୁତ ଶ୍ରିଘ ଭଲ ହୋଇ ନିଜ ପରିବାର ଲୋକ ମାନଙ୍କ ପାଖକୁ ଫେରି ପାରିବେ। ବୋଲି ଓଡ଼ିଶା ବାସୀଙ୍କୁ ଆକୁଳ ନିବେଦନ କରିଛନ୍ତି। ସ୍ତ୍ରୀ ବିଦୁଲତା ସାହୁ।
Comments are closed.