ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ସୂଚନା ମୁତାବକ, ବନ୍ତଳା ରେଞ୍ଜ ଗଡ଼ତଇଳା ଗାଁର କଷ୍ଟୁ ଦେହୁରୀ (୭୦) ଆଜି ସକାଳୁ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବନ୍ତଳା ଗାଁର କୁମାରୀ ସାହୁ (୫୮) ଘର ନିକଟରେ ଫୁଲ ତୋଳୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ଅପରପକ୍ଷେ ସମାନ ଭାବେ ବନ୍ତଳା ଗାଁର ପ୍ରାରମ୍ଭରେ ଥିବା ବିୁଦ୍ୟତ୍ ବିଭାଗ କାର୍ଯ୍ୟାଳୟ ନିକଟରେ ସକାଳେ ସେହି ଗାଁର କୁମାରୀ ସାହୁ(୬୨) ଫୁଲ ତୋଳିବାକୁ ଯାଇଥିବା ବେଳେ ଏକ ଗୋଠଛଡ଼ା ହାତୀ ଆସି ତାଙ୍କୁ ଟେକି କଚାଡ଼ି ଦେଇଥିଲା। କୁମାରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବା ସହ ତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କ ସହଯୋଗରେ କୁମାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।
Comments are closed.