ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ 2024-25 ଉଦଘାଟିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାମନଘାଟୀ ହେଉଛି ଫୁଟବଲ ଖେଳର ଏନ୍ତୁଡିଶାଳ | ଏହି ବାମନଘାଟୀ ରୁ ଖେଳାଳୀମାନେ ନିଜର କ୍ରୀଡା ନୈପୁନ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରି ଆସୁଛନ୍ତି | ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ତ୍ରିଦିବସୀୟ “ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍” ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ମୁଖ୍ୟ ଅତିଥି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ |

ଆଜିର ଉଦଘାଟନୀ 6 ତାରିଖରେ ରେଡ ବୁଲ ମନିଂଷ୍ଟାର, ଅଭିରାଜ ଫୁଟବଲ କ୍ଲବ, ବି ଏମ୍ ଫୁଟବଲ କ୍ଲବ, ଏମାରଜେନସି 108, ଏମ୍ କେ ଡି ସ୍ପୋଟିଂ, (ଭାଟଗୋଡା),ନିଶ୍ଚିନ୍ତପୁର ଫୁଟବଲ କ୍ଲବ, ବି ଏସ୍ ବି ଫୁଟବଲ କ୍ଲବ ଓ ମନିଂ କ୍ଲବ (ମାରକଗୋଡା) ସମୁଦାୟ ଆଠଟି ଦଳ ଖେଳ ପ୍ରଦର୍ଶନ କରିଥିଲେ | ଆସନ୍ତାକାଲି 7 ତାରିଖ ବଡବାଇକଳା, ରେଡବୁଲ ଇଭିନିଂ ଷ୍ଟାଲ, ଡି କେ ଫୁଟବଲ କ୍ଲବ, ଓଡିଶା ଟାଇଗର (ଟେନଟୋପୋଷି), ଇୟଙ୍ଗ ବଏଜ୍ ଫୁଟବଲ କ୍ଲବ, ଟିସକୋ କ୍ଲବ (ବାଦାମପାହାଡ), ବାଙ୍କା ଟାଇଗର ଓ କେ ପି ଏସ୍ ସ୍ପୋଟିଂ ସମୁଦାୟ ଆଠଟି ଦଳ ଖେଳ ପ୍ରଦର୍ଶନ କରିବେ | ଏଥିରେ ବାମନଘାଟୀ ଉପଖଣ୍ଡର ସାତଟି ବ୍ଲକରୁ ଷୋହଳ ଟି ଦଳ ଅଂଶଗ୍ରହଣ କରିଥିଲେ | ଆସନ୍ତା ଆଠ ତାରିଖ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ , ଏଥିରେ ବାହାର ରାଜ୍ୟରୁ ଖେଳାଳୀଗଣ ଆସି ନିଜର କ୍ରୀଡାନୈପୁନ୍ୟ ପ୍ରଦର୍ଶନ କରିବେ | ଆଜିର ଉଦଘାଟନୀ ପ୍ରତିଯୋଗିତା ରେ ଗୋଟିଏ ଦଳ ସେମିଫାଇନାଲ କୁ ଉଠିବ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି |

ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ତଥା ଆକର୍ଷଣୀୟ ପୁରସ୍କାର ରଖାଯାଇଛି | ଏହି ଉଦଘାଟନୀ ଭବ୍ୟ କାର୍ଯ୍ୟକ୍ରମରେ କମିଟୀ ର ଉପଦେଷ୍ଟା ମନୋରଂଜନ ପରମାଣିକ, ସଭାପତି କିଶୋର ଚନ୍ଦ୍ର ମହାନ୍ତ, ଉପ ସଭାପତି ଦିଲ୍ଲୀପ ମାଝୀ, ସଂପାଦକ ଅଜିତ ବାସ୍କେ, ଉପ ସଂପାଦକ ଲମ୍ବୋଧର ସୋରେନ, କାର୍ଯ୍ୟକାରୀ ସଦସ୍ୟ ଚାରୁଚନ୍ଦ୍ର ମୁର୍ମୁ,ଅଇନଠୁ ମାଝୀ , ଶଙ୍କର ମୁର୍ମୁ, ଓକିଲ ଦୁଷ୍ମନ୍ତ କୁମାର ବସା, କ୍ରୀଡାଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ରେଫ୍ରି ସଂଗ୍ରାମ ମୁର୍ମୁ, ଦୀବରାଜ ହେମ୍ବ୍ରମ, ନୁନାରାମ ଟୁଡୁ ଓ ପାଣ୍ଡେ ହାଁସଦାଃ ପ୍ରମୁଖ ଯୋଗ ଦେଇଥିଲେ | ଉକ୍ତ ଫୁଟବଲ ପ୍ରତିଯୋଗିତା ଦେଖିବା ପାଇଁ ବହୁ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ |

Comments are closed.