ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ; ରାଜ୍ୟପାଳ ସିଭି ଆନନ୍ଦ ବୋଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି | ସୂଚନାନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ।

ବୋଷ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହିସବୁ କହିଥିଲେ। ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି। ମମତା ଯେଉଁ ସଭାକୁ ଯିବେ ସେ ସେଠାକୁ ଯିବେନି। ମମତାଙ୍କୁ ଲେଡି ମ୍ୟାକବେଥ୍ ସମ୍ବୋଧନ କରି ସାରା ରାଜ୍ୟରେ ଏବେ ହିଂସା ଚାଲିଛି ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ରାଜ୍ୟପାଳ।  ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଁ ସମ୍ବିଧାନ, ପୀଡିତାଙ୍କ ପରିବାର, ରାଜ୍ୟବାସୀ ଏବଂ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିବା ସମସ୍ତଙ୍କ ସହ ଅଛି ଠିଆ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି।

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ଘୋଷଣା କରିବାର କିଛି ଘଣ୍ଟା ପରେ ରାଜ୍ୟପାଳଙ୍କ ଭିଡିଓ ସୋଶାଲ ମିଡିଆରେ ଅପଲୋଡ ହୋଇଛି। ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି,  ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟର ଆଇନ୍‌ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଅଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଆଇନୃଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ମେଡିକାଲ ସେବା ବି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି ଦୁଇ ବିଭାଗର ମନ୍ତ୍ରୀ ଥାଇ ବି ରାଜ୍ୟରେ ଆଇନ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ସେ ସଫଳ ହୋଇ ପାରୁନାହାନ୍ତି।

Leave A Reply

Your email address will not be published.