ଅଢ଼େଇ ହଜାର ଦ୍ବୀପରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨୫୦୦ ଦୀପ ବ୍ୟବହାର କରି ସେ ଏହି ବାଲୁକା କଳା କରିଛନ୍ତି। ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି ସୁଦର୍ଶନ। ନ୍ୟାସନାଲ୍ ଗ୍ୟାଲେରି ଅଫ୍ ମର୍ଡନ୍ ଆର୍ଟରେ ବାଲୁକା କଳା ହୋଇଛି। ଅଢ଼େଇ ହଜାର ଦ୍ବୀପରେ ତିଆରି ହୋଇଛି ବାଲୁକା କଳା । ଭୁବନେଶ୍ୱରେ ପହଞ୍ଚିଲେ ମୋଦି। ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରେ ପହଞ୍ଚିଛନ୍ତି।

ତାଙ୍କୁ ସ୍ବାଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଭାଜପାର ନେତୃବୃନ୍ଦ ଉପସ୍ଥିତ ଥିଲେ। ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ନିରୋଗୀ, ସୁସ୍ଥ ରୁହନ୍ତୁ ମୋଦିଥିଲେ ସବୁ ସମ୍ଭବ ବୋଲି ସେ କହିଛନ୍ତି।ବିମାନ ବନ୍ଦରେରୁ ସେ ସିଧା ଗାଡ଼କଣ ବସ୍ତିକୁ ଯିବେ ସେଠାରେ ପିଏମ୍‌ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ଜନତା ମଇଦାନ ଆସିବେ। ଓଡିଶାରେ ୩୮୦୦ କୋଟିର ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ରେଳ ଓ ଜାତୀୟ ରାଜପଥ ଭିତ୍ତିଭୂମି ଲାଗି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି। ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ। ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ ମୋଦି।

Leave A Reply

Your email address will not be published.