ହିରୋ ମୋଟୋକର୍ପ କମ୍ପାନୀରେ ଆୟକର ବିଭାଗର ଚଢ଼ାଉ ; କମ୍ପାନୀର ଚେୟାରମ୍ୟାନ ବାସଭବନରେ ମଧ୍ୟ ମିଳିତ ଅପରେସନ ଜାରି

0

ହିରୋ ମୋଟୋକର୍ପ କମ୍ପାନୀର ମୁଖ୍ୟଙ୍କ ଘରେ ଆୟକର ବିଭାଗ ରେଡ୍ କରିଥିବା ସୂଚନା ମିଳିଛି।ଆୟକର ବିଭାଗ ହିରୋ ମୋଟୋକର୍ପର ଅନେକ ପରିସରରେ ଚଢ଼ାଉ କରୁଛି। ଏହି ଅନୁସନ୍ଧାନରେ ପୱନ ମୁଞ୍ଜାଲଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମେତ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ପରିସର ମଧ୍ୟ ଅନ୍ତର୍ଭୁକ୍ତ ଅଛି ବୋଲି କୁହାଯାଉଛି।ମିଡିଆ ରିପୋର୍ଟ ମୁତାବକ, ପୱନଙ୍କ ଗୁଡଗାଓଁ ସ୍ଥିତ ଅଫିସ ଓ ଘରେ ଆୟକର ବିଭାଗର ଏକ ଟିମ୍‌ ସର୍ଚ୍ଚ ଚଳାଇଛି। ଦେଶରେ ହିରୋ ମୋଟୋକପ୍‌ର ଏକକାଳୀନ ୧୨ରୁ ଅଧିକ ସ୍ଥାନରେ ଆଇଟି ରେଡ୍‌ କରିଛି।

ଆୟକର ଚଢ଼ାଉ ଖବର ସାମ୍ନାକୁ ଆସିବା ପରେ ଶେଆର ମାର୍କେଟ୍‌ରେ ହିରୋ ମୋଟୋକପ୍‌ର ଶେଆର୍‌ ଦ୍ରୁତ ଗତିରେ ଖସିବାରେ ଲାଗିଛି। ହିରୋ ମୋଟୋକପ୍‌ର ଶେଆର୍‌ରେ ୨ ପ୍ରତିଶତ ଖସି ୨୩୮୦ ଟଙ୍କାକୁ ଚାଲିଆସିଛି। ହିରୋ ମୋଟୋକପ୍‌ ଏସିଆ, ଆଫ୍ରିକା, ଆମେରିକା ଭଳି ଦେଶରେ ମଧ୍ୟ ରହିଛି।

Leave A Reply

Your email address will not be published.