ଆନ୍ଦୋଳନରୁ ଓହରିଲେ କଲକାତା ଡାକ୍ତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା କନିଷ୍ଠ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଜି ଆଶିଂକ ରୂପେ ସମାପ୍ତ ହେବ । ଅଭୟାଙ୍କୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ ନିଜ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି।

ଆଜିଠାରୁ ଡାକ୍ତରମାନେ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ। ହେଲେ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ ହେବା ଯାଏ ପ୍ରତିବାଦ ଶେଷ ହେବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆରଜି କଲେଜ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଗତ ଅଗଷ୍ଟ ୯ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଭାବେ କାମକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ କରୁଥିଲେ। ଶେଷରେ ଉଭୟ ପକ୍ଷ ଆଲୋଚନାରେ ସରକାର ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟିକୁ ମାନି ନେବାକୁ ପ୍ରସ୍ତତ ଥିବା କହିଥିଲେ। ସେଥି ମଧ୍ୟରୁ ପୁଲିସ୍‌ କମିଶନ, ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ପୁଲିସ୍‌ କମିଶନର ବିନିତ ଗୋୟଲଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନୂଆ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି |

Comments are closed.