ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨ ଜଣଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ଦନ୍ତା। ବାରିପଦା ବନଖଣ୍ଡରେ ଦୁଇଟି ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ। ତେବେ ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପଟୁ ଏକ ଦନ୍ତାହାତୀ ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଉପଦ୍ରବ ରଚିଛି।
ଘଟଣାରେ ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ବନବିଭାଗ ଦ୍ବାରା ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ। ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ। ସେହିପରି ମୋରଡ଼ା ଥାନା ଉଲିଡ଼ିହି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାକ୍ରା ହେମ୍ବ୍ରମ।
ଆଜି ସକାଳେ ସାକ୍ରା ଘର ଦୁଆରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ କିଛି ଦିନ ହେବ ବାରିପଦା ବନଖଣ୍ଡରରେ ହାତୀ ଉପଦ୍ରବ ଜାରି ରହିଛି। ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଡୁ ଆସିଥିବା ହାତୀ ପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.