ଡବଲ ଭୋଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ;ପୌର ନିର୍ବାଚନକୁ ନେଇ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତି

0

ଡବଲ ଭୋଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ପରେ ପୁଣି ପୌର ନିର୍ବାଚନରେ ଏଭଳି ଦୁଇ ଥର ଭୋଟ ଦେଇଥିବାର ପ୍ରମାଣ ମିଳିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ। ପୌର ନିର୍ବାଚନ ଲାଗି ଆସନ୍ତା କାଲି ଭୋଟ କରିବାକୁ ଯାଉଥିବାବେଳେ ରାଜ୍ୟର ୧୦୬ ମ୍ୟୁନିସିପାଲିଟୀ, ଏନ୍ଏସି ଏବଂ ୩ ମହାନଗର ନିଗମବାସୀ ସେମାନଙ୍କର ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ମତଦାନ ସକାଳ ୮ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପୌର ନିର୍ବାଚନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ଗଣତନ୍ତ୍ରର ପର୍ବରେ ଭୋଟର ମାନଙ୍କୁ ନିଜର ମତ  ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନର।

 

Leave A Reply

Your email address will not be published.