କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟାର୍ଗେଟ କଲେ ଶାହା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ୨୦୪୭ ଯାଏ ବିକଶିତ ଭାରତର ନିର୍ମାଣ ହେବା ଯାଏ ସେ ଜୀବିତ ରୁହନ୍ତି।’ ଆଜି ଏଭଳି କିଛି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୂଚନା ଅନୁସାରେ, ଜମ୍ମୁ-କଶ୍ମୀରର ଜସ୍ରୋତାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡିଥିଲେ।

ତଥାପି ଟିକେ ଭଲ ଲାଗିବା ପରେ ସେ ମୋଦିଙ୍କୁ ସମାଲୋଚନା କରିଥିଲେ। ମୋଦିଙ୍କୁ କ୍ଷମତାରୁ ନହଟାଇବା ଯାଏଁ ସେ ମରିବେ ନାହିଁ ବୋଲି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି। ଶାହା ଏକ ଦୀର୍ଘ ଟ୍ବିଟର୍‌ ପୋ‌ଷ୍ଟ୍‌ କରି ଲେଖିଛନ୍ତି, ‘‘କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖର୍ଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତା‌ଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ସହ ଯୋଡ଼ିକରି କହିଛନ୍ତି। ଏଥିରୁ ଜଣାପଡୁଛି ଯେ କଂଗ୍ରେସ ମୋଦୀଙ୍କ ପ୍ରତି କେତେ ଭୟ ଓ ଘୃଣା ରହିଛି। ଯାହାଫଳରେ ସେ ସର୍ବଦା ମୋଦୀଙ୍କ ବିଷୟରେ ହିଁ ଭାବୁଛନ୍ତି। ଖର୍ଗେଜୀଙ୍କ ସ୍ବାସ୍ଥ୍ୟ ପାଇଁ ମୋଦୀଜୀ ପ୍ରାର୍ଥନା କରନ୍ତି, ମୁଁ ପ୍ରାର୍ଥନା‌ କରେ ଓ ଆମେ ସସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ବଞ୍ଚିରୁହନ୍ତୁ। ୨୦୪୭ରେ ବିକଶିତ ଭାରତକୁ ଦେଖିବା ପାଇଁ ବଞ୍ଚିରୁହନ୍ତୁ।’’

ଖଡ଼ଗେଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ କଂଗ୍ରେସ ନେତାଙ୍କ ମନରେ ମୋଦିଙ୍କ ପ୍ରତି କେତେ ଘୃଣା ଓ ଭୟ ରହିଛି ବୋଲି ଶାହ କହିଛନ୍ତି। କଂଗ୍ରେସ ନେତାମାନେ ସବୁବେଳେ ଏଭଳି ଚିନ୍ତା କରୁଛନ୍ତି। ଖଡ଼ଗେଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ମୁଁ ପ୍ରାର୍ଥନା କରୁଛି ଏବଂ ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ। କଂଗ୍ରେସ ନେତା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବା ଯାଏ ସେ ଏହାକୁ ଦେଖିବାକୁ ବଞ୍ଚି ରହିବେ ବୋଲି ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛନ୍ତି।

Comments are closed.