ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ: ସୁପ୍ରିମ୍‌କୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିରୁପତି ମନ୍ଦିର ଲଡୁ ବିବାଦ ନେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁମାନେ ସାମ୍ବିଧାନିକ ପଦବୀରେ ଅଛନ୍ତି ସେମାନେ ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।  ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଏହା ସହିତ ଈଶ୍ଵର ସବୁଠୁ ଊର୍ଦ୍ଧ୍ବରେ। ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ବାକ୍‌ଯୁଦ୍ଧ ବଳବତ୍ତର ରହିଛି। ପୂର୍ବରୁ ଏହି ପ୍ରସଂଗରେ ଉଭୟ ଭିନ୍ନ ଭିନ୍ନ ମତ ରଖିଥବା ବେଳେ ଏବେ ‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଯୁକ୍ତିତର୍କ ଚାଲିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜଗନ୍ ମୋହନ ରେଡ୍ଡୀ ମିଥ୍ୟା କହିଥିବା ଅଭିଯୋଗ ଆଣିଛନ୍ତି। ଜଗନ ମୋହନ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାର ତିରୁମାଲା ତିରୁପତି ମନ୍ଦିରକୁ ଯିବାକୁ ଅନୁମତି ଦେଉନାହାନ୍ତି। ତେବେ ଏହା ଏକ ମିଥା ପ୍ରଚାର ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

Leave A Reply

Your email address will not be published.