ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାର୍ବଣ ପାଇଁ ସିଲିଭର ସିଟି କଟକରେ ଲାଗୁ ହେଲା କଟକଣା। କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କଲେ ଜିଲ୍ଲାପାଳ। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ବାରଣ କରାଯାଇଛି। ପାର୍ବଣକୁ ସୁରକ୍ଷିତ କରିବାକୁ ଜିଲ୍ଲାପାଳ ଏନେଇ କଟକଣା ଜାରି କରିଛନ୍ତି ।
ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ଆଦୌ ବ୍ୟବହାର ହେବନି ବୋଲି କଡା ନିର୍ଦ୍ଦେଶ ରହିଛି । ପୂଜା ପେଣ୍ଡାଲ, ଭଷାଣି ଶୋଭାଯାତ୍ରା, ବାଲିଯାତ୍ରାରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅଧିକ ଶବ୍ଦ କରୁଥିବା ବାଣ ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଛି ।
କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କହିଛନ୍ତି।