ଆସନ୍ତାକାଲି ସିଏମ୍‌ ଆବାସ ଖାଲି କରିବେ ଅରବିନ୍ଦ କେଜ୍ରିୱାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସନ୍ତାକାଲି ଆବାସ ଖାଲି କରିବେ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବା ନେଇ ସୂଚନା ରହିଛି | ଅଶୋକ ମିତ୍ତଲଙ୍କ ଘର ନୂଆ ଦିଲ୍ଲୀ ବିଧାନସଭା ଅଞ୍ଚଳରେ ପଡ଼ୁଛି। କେଜ୍ରିୱାଲ ସିଏମ୍‌ ନିବାସ ଛାଡ଼ିବା ପରେ ଏପରି ଜାଗା ସନ୍ଧାନରେ ଥିଲେ ଯେଉଁଠୁ ବିଭିନ୍ନ ସ୍ଥାନକୁ ଯିବା ତାଙ୍କ ପାଇଁ ସୁଗମ ହେବ।

ଏହାଦ୍ୱାରା ଯେପରି ସେ ସହରର ବିଭିନ୍ନ ସ୍ଥାନ ତଥା ଲୋକଙ୍କ ସହ ଯୋଡ଼ି ହୋଇ ପାରିବେ ତା’ ଉପରେ ଗୁରୁତ୍ୱାରୋପ କରୁଥିଲେ। ଏପରି ସନ୍ଧାନ ମଧ୍ୟରେ ତାଙ୍କୁ ଅଶୋକ ମିତ୍ତଲଙ୍କ ଘର ପସନ୍ଦ ଆସିଥିବାରୁ ସେ ସେଠାକୁ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କେଜ୍ରିୱାଲ ଏକ ରାଷ୍ଟ୍ରୀୟ ପାର୍ଟିର ମୁଖ୍ୟ ହୋଇଥିବାରୁ ସେ କ୍ଷମତାରେ ନ ରହିଲେ ମଧ୍ୟ ତାଙ୍କୁ ଏକ ସରକାରୀ ଆବାସ ଯୋଗାଇ ଦେବାକୁ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରାଯାଇଥିଲା ।

ମାତ୍ର ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏଥିନିମନ୍ତେ ବିଭିନ୍ନ ସାମାଜିକା କାର୍ଯ୍ୟକର୍ତ୍ତାଙ୍କ ସମେତ ରାଜନୈତିକ ବ୍ୟକ୍ତିବିଶେଷ କେଜ୍ରିୱାଲଙ୍କୁ ନିଜ ଘରେ ରହିବାକୁ ଅଫର୍‌ ଦେଇଥିଲେ। ମାତ୍ର ଶେଷରେ ଦିଲ୍ଲୀର ପୂର୍ବତନ ସିଏମ୍‌ ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରକୁ ଚୟନ କରିଛନ୍ତି।

Leave A Reply

Your email address will not be published.