ଡାକ୍ତରଖାନା ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ସକାଳେ ଦିଲ୍ଲୀର ଏକ ଡାକ୍ତରଖାନା ଭିତରେ ଜଣେ ଡାକ୍ତରଙ୍କୁ ଦୁଇଜଣ ଯୁବକ ଗୁଳି କରି ହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି।  କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଦିଲ୍ଲୀର ଜୟତପୁର ଅଞ୍ଚଳର ନିମା ଡାକ୍ତରଖାନା ଭିତରକୁ ୧୬ ରୁ ୧୭ ବର୍ଷ ବୟସର ଦୁଇ ଅଭିଯୁକ୍ତ ପ୍ରବେଶ କରି ରାତି ପ୍ରାୟ ୧.୩୦ ସମୟରେ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସୂଚନା ରହିଛି ଯେ ସେମାନଙ୍କ ମଧ୍ୟରୁ ଜଣେ ହସ୍ପିଟାଲର କର୍ମଚାରୀଙ୍କୁ ତାଙ୍କ ଆହତ ଆଙ୍ଗୁଠି ପାଇଁ ଡ୍ରେସିଂ ପାଇଁ ଆସିଥିବା କହିଥିଲେ। ନିଜ ଆଙ୍ଗୁଠି ଡ୍ରେସିଂ ରେ ଅଭିଯୁକ୍ତ ଉନାନି ମେଡିସିନ୍‌ର ଅଭ୍ୟାସ କରୁଥିବା ଡାକ୍ତର ଜାଭେଦ ଅଖତରଙ୍କ ପ୍ରବେଶ କରି ତାଙ୍କୁ ମୁଣ୍ଡରେ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ନାମ ଜାଭେଦ ବୋଲି କୁହାଯାଉଛି।

ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ଡାକ୍ତରଙ୍କ ସହ ଦୁଇ ଯୁବକଙ୍କ କ’ଣ ଶତ୍ରୁତା ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।ତେବେ ଏହି ଘଟଣା ଅକ୍ଟୋବର ୨ ତାରିଖର ବୋଲି ପୁଲିସ୍‌ କହିଛି। ଦୁଇଜଣ ନାବାଳକ ଚିକିତ୍ସା ବାହାନାରେ ଡାକ୍ତରଖାନାକୁ ପ୍ରବେଶ କରି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

Leave A Reply

Your email address will not be published.