ନିଜ ସ୍ୱାସ୍ଥ୍ୟ ବିଷୟରେ ନିଜେ ଅପଡେଟ୍‌ ଦେଲେ ରତନ ଟାଟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଏକ ଖବର ଘୂରି ବୁଲୁଛି। ଏବେ ଜାଣିବାକୁ ମିଳିଛି ଯେ ଏହା ବ୍ଲଡ ପ୍ରେସର ଲୋ’ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।ଏକ ଗୁଜବ। ବାସ୍ତବରେ ରତନ ଟାଟା ସୁସ୍ଥ ଅଛନ୍ତି।

ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି | ତେବେ ସୂଚନା ମୁତାବକ, ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା। ଜଣାଶୁଣା ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଶାହାରୁଖ ଏସ୍‌ପି ଗୋଲବାଲାଙ୍କ ନେତୃତ୍ୱରେ ବିଶେଷଙ୍କ ଏକ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି।

ସେପଟେ, ନିଜେ ରତନ ଟାଟା ଏନେଇ ସୂଚନା ଦେଇଛନ୍ତି। ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଖବର ପ୍ରସାରଣ ହେଉଥିଲା। ରତନ ଟାଟା ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି ସେ ନିଜେ। ସେ ତାଙ୍କ ସ୍ପଷ୍ଟୀକରଣ ରଖି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଏତେ କଥା ଚିନ୍ତା କରୁଥିବାରୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ରତନ ଟାଟା ଆହୁରି ମଧ୍ୟ କହିଛନ୍ତି ସେ ସେ ଅସୁସ୍ଥ ଅଛନ୍ତି ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛି।  ସେ କେବଳ ରୁଟିନ୍ ଚେକ ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.