ବିପୁଳ ନକଲି ମଦ ଜବତ, ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିପୁଳ ନକଲି ମଦ ଜବତ, ଜଣେ ଗିରଫ | ବାମନଘାଟୀ ଉପଖଣ୍ଡ ବିଶୋଇ ଥାନା ହିଜିଳି ଗ୍ରାମରୁ ୬୭.୧୦୫ ଲିଟିର ନକଲି ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ କେସ ନଂ ୦୧/୨୪-୨୫ ରେ ଏକ ମାମଲା ରୁଜୁ କରିବା ସହିତ ନକଲି ମଦ ପ୍ରସ୍ତୁତ ଓ କାରବାରରେ ସମ୍ପୁକ୍ତ ହିଜିଳି ଗ୍ରାମର ଭାନୁ ପ୍ରତାପ ସାହୁଙ୍କୁ ଗିରଫ କରିଛି |

ଭାନୁ ପ୍ରତାପ ନିଜ ଘରେ ପର୍ଯାପ୍ତ ପରିମାଣର ବିଦେଶୀ ନକଲି ମଦ ପ୍ରସ୍ତୁତ ଓ ବିକ୍ରି କରୁଥିବା ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା | ରାଇରଙ୍ଗପୁର ଡିଏସ୍ଇ ସୌମ୍ଯ ରଞ୍ଜନ ବେହେରାଙ୍କ ପରିଚାଳନାରେ ଅବକାରୀ ବିଭାଗର ଇନିସପେକ୍ଟର ବିନୟ ପ୍ରକାଶ ତିର୍କୀ, ରାଇରଙ୍ଗପୁର ଓଆଇସି ପ୍ରହ୍ଲାଦ ସାମଲ, ରାଇରଙ୍ଗପୁର ଏଏସ୍ଆଇ ସୁଧାଂଶୁ କୁମାର ସାହୁଙ୍କ ସମେତ ରାଇରଙ୍ଗପୁର ଓ ବିଶୋଇ ଅବକାରୀ ବିଭାଗ ମିଳିତ ଏକ ସ୍ବତନ୍ତ୍ର ଟିମ୍ ଭାନୁପ୍ରତାପଙ୍କ ଘରେ ଅତିର୍କିତ ଚଢାଉ କରାଯାଇଥିଲା |

ଚଢାଉ ସମୟରେ ୬୭.୧୦୫ ଲିଟର ବିଦେଶୀ ମଦ, ୭ ଲିଟର ସ୍ପିରିଟ, ୫୬୭ଟି ନକଲି ଲେବୁଲ, ୨୪୪୪ ନକଲି କର୍କ, ୧୩୦ ଖାଲି ବୋତଲ ଓ ନକଲି ମଦ ରଖାଯାଇଥିବା ଏକ ବୋଲେରୋ ଗାଡିକୁ ଜବତ କରିବା ସହିତ ଅଭିଯୁକ୍ତ ଭାନୁପ୍ରତାପଙ୍କୁ ଗିରଫ କରାଯାଇ ରାଇରଙ୍ଗପୁର ଅବକାରୀ ଥାନାକୁ ଅଣାଯାଇଥିଲା | ସୂଚନାଯୋଗ୍ଯ, ଅସନା ଅଞ୍ଚଳରେ ପୂର୍ବରୁ ଭାନୁପ୍ରତାପଙ୍କ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ରହିଥିଲା | ଲାଇସେନ୍ସ ଅବଧି ଶେଷ ହୋଇଯିବା ପରେ ନିଜ ଘରେ ନକଲି ମଦ ପ୍ରସ୍ତୁତ କରି ବିକ୍ରୟ କରି ଆସୁଥିଲେ ବୋଲି ଓଆଇସି ପ୍ରହ୍ଲାଦ ସାମଲ ସୂଚନା ଦେଇଛନ୍ତି |

Leave A Reply

Your email address will not be published.