ବିଜୟ ପଥରେ ଭାରତର ସବୁ ଧନୀ ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଲିଛି ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି | ପ୍ରାରମ୍ଭିକ ପର୍ଯ୍ୟାୟରେ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ଜମ୍ମୁକାଶ୍ମୀରରେ କଂଗ୍ରେସ ଆଗରେ ରହିଛି | ତେବେ ଆମେ ଆପଣଙ୍କୁ ଜଣେ ଏପରି ମହିଳାଙ୍କ ବିଷୟରେ ଜଣେଇବୁ ଯେ କି କେବଳ ରାଜନୀତିରେ ନୁହେଁ ବରଂ ଦେଶର ସବୁଠାରୁ ଧନୀ ମହିଳା ମଧ୍ୟ |

ଆଂଜ୍ଞା ହଁ ଆମେ କହୁଛୁ ହରିୟାଣାର ହିସାର ଜିଲ୍ଲାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀନୀ ସାବିତ୍ରୀ ଜିନ୍ଦଲଙ୍କ ବିଷୟରେ l ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ କ୍ରମାଗତ ଭାବରେ ଆଗରେ ରହିଛନ୍ତି ।  ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାର କମଲ ଗୁପ୍ତା ଜିତିଥିଲେ।
୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପାର କମଲ ଗୁପ୍ତା ତାଙ୍କୁ ପରାସ୍ତ କରିଥିଲେ।

ଏହାପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନସଭା ନିର୍ବାଚନରେ ଜିତିଥିଲେ। ଦେଶର ଧନୀ ମହିଳା ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କୁ ସାମିଲ କରାଯାଇଛି। ୮୪ ବର୍ଷ ବୟସରେ ମଧ୍ୟ ସେ ଜିନ୍ଦଲ ଗ୍ରୁପର ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଭାଜପା ପକ୍ଷରୁ ଟିକେଟ ଦିଆଯାଇ ନ ଥିଲା। ସେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ନିକଟରେ ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ସାବିତ୍ରୀ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ ଏବଂ ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି।

Leave A Reply

Your email address will not be published.